ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ

ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ। ସତ୍ୟନଗର ଶ୍ମଶାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ ସୁଚିସ୍ମିତା । ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ସହ ସତ୍ୟନଗରରେ ବିଦାୟ ଦିଆଯାଇଥିଲା । ଏହାପରେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରାଯାଇଥିଲା । ସେଠାରେ ସିନେ ଓ ନାଟ୍ୟ ଜଗତର ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ପରଲୋକ ଘଟିଥିଲା ।

Comments are closed.