ସରିଲା ଶିଶୁପାଳଗଡ଼ ମହୋତ୍ସବ : ବିଜୟ ମହାନ୍ତିଙ୍କୁ ଆଜୀବନ ସାଧନା ସମ୍ମାନ

ଭୁବନେଶ୍ବର : ଶିଶୁପାଳଗଡ଼ ମହୋତ୍ସବ ରବିବାର ଶେଷ ହୋଇଛି। ୪ଦିନ ଧରି ଆୟୋଜିତ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଅଧ୍ୟକ୍ଷତା କରିଥିଲେ। ସଭାରେ ମୁଖ୍ୟ ଅତିଥି ରୂପେ ଗୃହ, ଶକ୍ତି, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବେ ଜଳସଂପଦ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ମନ୍ତ୍ରୀ ସଞ୍ଜୟ ଦାସବାର୍ମା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଧାରାବାହିକ ନିର୍ଦେଶକ ମହେଶ ହାଜରା ପ୍ରମୁଖ ଯୋଗଦେଇ ଥିଲେ। ସଭାକାର୍ଯ୍ୟ ପରେ ଓଡ଼ିଆ ଧାରାବାହିକର ଅଭିନେତା ଓ ଅଭିନେତ୍ରୀଙ୍କ ଦ୍ୱାରା ‘ଗଡ଼ଚଣ୍ଡୀ’ ନାଟକ ପରିବେଷିତ ହୋଇଥିଲା। ଉତ୍ସବରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ଆଜୀବନ ସାଧନା ପାଇଁ ସମ୍ମାନିତ କରାଯାଇଥିଲା। ସେହିପରି ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଆ ସିନେମା ଏବଂ ଧାରାବାହିକ‌ର ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ଓଲିଉଡ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ କୁମାର, ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସଂଖ୍ୟାଲଘୁ ଉପଦେଷ୍ଟା ମୁଜିବୁଲ୍ଲା ଖାନ୍‌, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା, ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଚିନ୍ମୟ ସାହୁ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ରାଜ୍ୟ ଉଠା ଜଳସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ, ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ, ରାଜ୍ୟ ମହିଳା ଓ ଶିଶୁ ବିକାଶ ଉପଦେଷ୍ଟା ସୁଲତା ଦେଓ, ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମ ଅଧ୍ୟକ୍ଷ ଅସିତ ରଞ୍ଜନ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଅମରେଶ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସଭାକାର୍ଯ୍ୟ ପରେ ପୁରୀର ଫିଟ ଫାଇଟରର କଳାକାରଙ୍କ ଦ୍ୱାରା ମାଲଖମ୍ବ କଳା ପ୍ରଦର୍ଶନ , ଅଭିନେତା ଅଭିନେତ୍ରୀଙ୍କ ନୃତ୍ୟ, କଣ୍ଠଶିଳ୍ପୀ ଅସୀମା ପଣ୍ଡା, ପ୍ରଜ୍ଞାପାରମିତା ହୋତା, ସ୍ୱୟଂ ପାଢ଼ୀଙ୍କ କଣ୍ଠରୁ ସଙ୍ଗୀତ ପରିବେଷଣ ହୋଇଥିଲା। ଉତ୍ସବରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ଭରପୂର ଆନନ୍ଦ ପ୍ରଦାନ କରିଥିଲା। କାର୍ଯ୍ୟକ୍ରମକୁ ସୁଲଗ୍ନା, ସୋମେଶ, ଶୁଭମ, ଏବଂ ଶେଫାଳି ସଂଯୋଜନା କରିଥିଲେ ।

Comments are closed.