ସ୍ପୋର୍ଟ୍ସ କମ୍ପଲେକ୍ସର ଉନ୍ନତିକରଣ ଉପରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗୁରୁତ୍ବ

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସୋନପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ସୁଦୃଢୀ କରଣ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ସର୍କିଟ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଜିଲ୍ଲାର କ୍ରୀଡା ଭିତ୍ତିଭୂମିକୁ କିପରି ଉନ୍ନତ ଓ ବିକଶିତ କରିହେବ ସେ ବିଷୟରେ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାକୁ ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ଓଡ଼ିଶାରୁ ଅଧିକ ଅଲମ୍ପିଆନ ସୃଷ୍ଟି ଉପରେ ଆମ ସମସ୍ତଙ୍କୁ ଦୃଷ୍ଟି ଦେବାକୁ ପଡି। ଏଥିପାଇଁ ତୃଣମୂଳ ସ୍ତରରୁ କ୍ରୀଡା ପ୍ରତିଭାକୁ ଖୋଜି ବାହାର କରିବା ସହ ସେମାନଙ୍କୁ ଉପଯୁକ୍ତ ଖାଦ୍ୟପେୟ ଓ ତାଲିମ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ଷ୍ଟାଡ଼ିୟମ, ସୁଇମିଙ୍ଗ ପୁଲ ଓ ବ୍ୟାଡ଼ମିନଣ୍ଟନ ହଲ ବୁଲି ଦେଖିବା ସହ ଟେନିସ, ଭଲିବଲ, ଖୋଖୋ, କବାଡି, ଥ୍ରୋ-ବଲ ଆଦି ସୁବିଧା ସହ କିପରି ଏହାକୁ ଏକ ଆଧୁନିକ ଇନଟିଗ୍ରେଡ଼ ଷ୍ଟୋର୍ଟ କମ୍ପ୍ଲେକ୍ସ ଭାବେ ଗଢି ତୋଳିବା ବିଷୟରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ମନ୍ତ୍ରୀ ଜିଲ୍ଲା କ୍ରୀଡ଼ାର ଅଧିକ ବିକାଶ ଲାଗି ଆଉ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ନେଇ ଆଜି ଏଠାରେ ବିଭିନ୍ନ କ୍ରୀଡ଼ା ସଙ୍ଘ ମାନଙ୍କ ସହ ଆଲୋଚନା କରିଥିଲେ। ଆଜିର ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୋଳମଣୀ ପଟେଲ, ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, କାର୍ୟ୍ୟ ନିର୍ବାହୀ ଅଧିକାରୀ ସୁରେନଶୁ ରୁଟ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.