ବେଙ୍ଗାଲୁରୁରେ ବୈଜୟନ୍ତଙ୍କ ସିଏଏ ଅଭିଯାନ

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ସଚେତନତା ପ୍ରଚାର ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବେଙ୍ଗାଲୁରୁରେ ଏକ ଜନଜାଗରଣ ଓ ସମ୍ପର୍କ ଅଭିଯାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବେଙ୍ଗାଲୁରୁର ବିଶିଷ୍ଟ ଡେଭେଲପର, ଶିକ୍ଷାବିତ, ଶିଳ୍ପପତି, ବୁଦ୍ଧିଜୀବୀ ଓ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରି ସିଏଏ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା ବେଙ୍ଗାଲୁରୁର ଶ୍ରୀ ଶକ୍ତି ଗଣପତି କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ବିଶାଳ ସମାବେଶକୁ ଉଦଘାଟନ କରିଥିଲେ। ସେ କହିଥିଲେ ଯେ ସିଏଏକୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଓ ଅନ୍ୟମାନେ ସ୍ୱୀକୃତି ଦେଇଛନ୍ତି। ୨୦୦୩ରେ ଏହା ଉପରେ ସର୍ବଦଳୀୟ କମିଟି କରାଯାଇ ପାକିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବା ଲାଗି ରିପୋର୍ଟ ଦିଆଯାଇଛି। ଏସବୁ ଆଧାରରେ ବିଜେପି ସରକାରଙ୍କ ଅମଳରେ କୋଟି କୋଟି ଭାରତୀୟଙ୍କ ସମର୍ଥନ ପାଇ ଏହା ଆଇନ ହୋଇଛି। ତଥାପି ଏହାକୁ ନେଇ କଂଗ୍ରେସ ହୀନ ରାଜନୀତି କରି ମିଛ ଓ ଗୁଜବ ପ୍ରଚାର କରୁଛି। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଚନ୍ଦ୍ରଶେଖର ରେଡ୍ଡୀ, ବିଧାୟକ ସୁବ୍ରମଣ୍ୟମ ରଘୁ, ମଣ୍ଡଳ ସଭାପତି ରାଜା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.