ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦ କର୍ମକର୍ତ୍ତାଙ୍କ ନିଆରା ପ୍ରୟାସ, ନିଜସ୍ବ ଉଦ୍ୟମରେ କରୁଛନ୍ତି ସ୍ଥାନୀୟ ଅଞ୍ଚଳରେ ସାନିଟାଇଜେସନ୍‌

ଭୂବନେଶ୍ବର: କରୋନା ମହାମାରୀ ସମୟରେ ବହୁ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ବୀର ସୁରେନ୍ଦ୍ରସାଏ ନଗର ମଧ୍ୟ ଏହିଠାରୁ ବାଦ୍ ପଡିନି। ଦିନକୁ ଦିନ ବଢୁଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦର କର୍ମକର୍ତ୍ତା ସାହାଯ୍ୟ ଓ ସହାୟତାର ହାତ ବଢାଇଛନ୍ତି। ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦ ସଂପାଦକ ଦୀପକ ବାରିକଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳ ସାନିଟାଇଜ୍ କରାଯାଉଛି। କର୍ମକର୍ତ୍ତାଙ୍କ ନିଜସ୍ବ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳରେ ସାନିଟାଇଜ୍‌ ଚାଲୁରହିଛି, ଯାହାକୁ ଜନସାଧାରଣ ବେଶ୍‌ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପରିଷଦର ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରୁଛନ୍ତି। ଆଗାମୀ ଦିନରେ ପରିଷଦ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ କରୋନା କଳାରେ ରକ୍ତ ପାଇଁ କାହାର ଜୀବନ ନ ଯାଉ ଏହି ଆଭିମୁଖ୍ୟ ନେଇ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ପରିଷଦର କର୍ମକର୍ତ୍ତା ସୂଚନା ଦେଇଛନ୍ତି।

Comments are closed.