ସ୍ବର୍ଗତଃ ନର୍ମଦା ମହାନ୍ତିଙ୍କର ୩ୟ ଶ୍ରାଦ୍ଧ ବାର୍ଷିକୀ , ୱେବ ମାଧ୍ୟମରେ ଠକୁର ଅନୂକୁଳଚନ୍ଦ୍ର ସତସଙ୍ଗ

ଭୁବନେଶ୍ବର:  ୱେବ ସତସଙ୍ଗ ମାଧ୍ୟମରେ ଶ୍ରୀ ଶ୍ରୀ ଠାକୁର ଅନୂକୁଳଚନ୍ଦ୍ରଙ୍କର ଭୁବନେଶ୍ୱରର ଗୁରୁ ଭାଇ ଏକ କୀର୍ତ୍ତନ ଭଜନର ଆୟୋଜନ କରିଥିଲେ । ମୁମ୍ବଇ ସ୍ଥିତ ଶ୍ରୀ କୃପାନି ବିଶ୍ୱାଳ, ସହ ପ୍ରତି ଋତ୍ତ୍ବିକ ରବୀନ୍ଦ୍ର ନାଥ ବିଶ୍ୱାଳ, ସହ ପ୍ରତି ଋତ୍ବିକ ଦେବୀ ପ୍ରସାଦ ମିଶ୍ର ବିଧାୟକ ଶ୍ରୀମତୀ ମହାନ୍ତିଙ୍କର ଗୁଣାବଳି ଗାନ କରିଥିଲେ । ଏହି ସତସଙ୍ଗକୁ ସୁକାନ୍ତ କୁମାର ନାୟକ ଏବଂ  ହରିହର ପଣ୍ଡା ସହ ପ୍ରତି ଋତ୍ବିକ ପରିଚାଳନା କରିଥିଲେ । ଭୁବନେଶ୍ୱର ସ୍ଥିତ ସତ୍ୟକାମ ନାୟକ ସତ୍ୟନୁସରଣମ ପ୍ରଦାନ କରିଥିଲେ । ହରିହର ପଣ୍ଡା ସହ ପ୍ରତି ଋତ୍ବିକ ଭୁବନେଶ୍ଵର, ପ୍ରୀତିରାଜ ଉଦୟଭାନୁ କଟକ, ଅମରେଶ ଦାସ କଣାସ ପୁରୀରୁ ଭକ୍ତି ନୈବେଦ୍ୟ ପ୍ରଦାନ କରିଥିଲେ । କୋରସ ପ୍ରଦାନ କରିଥିଲେ କିଶୋର ନଗରରୁ ସନ୍ତୋଷ ରାଉତ, ଭୁବନେଶ୍ବରରୁ ଅନିଲ କୁମାର ନାୟକ କୀର୍ତ୍ତନ କରିଥିଲେ । ପୁରୀ ଜିଲ୍ଲା କଣାସ ଏବଂ ମୁମ୍ବଇର ଶତାଧିକ ପରିବାର ଏହି ସତସଙ୍ଗରେ ଯୋଗଦାନ କରି ବିଦେହ ଆତ୍ମାର ସଦଗତି କାମନା କରି ତାଙ୍କ ଶ୍ରୀମାନ ରୁଧି ସୁନ୍ଦର ମହାନ୍ତିଙ୍କ ପରିବାରର ସୁଖ, ଶାନ୍ତି, ଆନନ୍ଦ କାମନା କରିଥିଲେ ।

Comments are closed.