ଷ୍ଟାଫ ନର୍ସ ଚାକିରି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ, ୨ ଅଟକ

ଭୁବନେଶ୍ବର : କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କୁ ଠକେଇ । ଭୁବନେଶ୍ବରରେ ଏମସରେ ଷ୍ଟାଫ ନର୍ସ ଚାକିରି କରାଇଦେବାକୁ କହି ଜଣେ ନର୍ସଙ୍କ ଠାରୁ ୨ଲକ୍ଷ ଟଙ୍କାର ଡିଲ ବେଳେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଏମସରେ ଷ୍ଟାଫ ନର୍ସ ଚାକିରି କରାଇଦେବାକୁ କହି ଜଣେ ନର୍ସଙ୍କ ଠାରୁ ଗତ ୨୪ ତାରିଖରେ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ବାକି ଟଙ୍କା ନେବାକୁ ଆସିଥିବା ବେଳେ ୨ ଜଣ ଧରିଛି ପୁଲିସ ।  ଏୟାରଫିଲ୍ଡ ପୁଲିସ କୋଲଥିଆ ପାଖରେ ୨ ଘରୋଇ ନର୍ସଙ୍କୁ ଅଟକ ରଖିଛି।

Comments are closed.