ରାମସାରର ମାଛରଙ୍କା ବିଲେଇ ରାଷ୍ଟ୍ରଦୂତ ଘୋଷିତ

ଭୁବନେଶ୍ୱର: ଚଳିତବର୍ଷ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଚିଲିକା ଉନ୍ନୟନ କର୍ତୃପକ୍ଷ(ସିଡ଼ିଏ) ପକ୍ଷରୁ ମାଛରଙ୍କା ବିଲେଇକୁ ରାଷ୍ଟ୍ରଦୂତ ଭାବେ ଘୋଷଣା କରାଯାଇଛି। ଚିଲିକାର ରାମସାର କୂଳରେ ମାଛରଙ୍କା ବିଲେଇଙ୍କ ପ୍ରବଳ ଚଳପ୍ରଚଳକୁ ନେଇ ସିଡ଼ିଏ ଏହି ନିଷ୍ପତି ନେଇଛି। ରାମସାର କେବଳ ଯେ ଭାରତର ସର୍ବପୁରାତନ ମାଛରଙ୍କା ସାଇଡ଼ ତାହା ନୁହେଁ ଏସିଆ ମହାଦେଶର ମଧ୍ୟ। ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଡ଼ିଏ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି। ରାମସାର ଆଦ୍ରତାରେ ମାଛରଙ୍କା ବିଲେଇଙ୍କ ସମ୍ଭାର ହିଁ ଚିଲିକାର ଜୈବିବିଧତାକୁ ପରିପୃଷ୍ଠ କରୁଛି। ଆଗାମୀ ଦିନରେ ମାଛରଙ୍କା ବିଲେଇଙ୍କ ଗଣନା କରାଯିବା ସହିତ ଚିଲିକାର ବିଭିନ୍ନ କୂଳକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯାଇ ବିକଶିତ କରାଯିବାକୁ ରହିଛି ବୋଲି ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଭାରତରେ ବାଘ ଏବଂ ହାତୀଙ୍କୁ ଯେଭଳି ଭାବେ ଗୁରୁତ୍ୱ ଦିଆଯାଏ ଠିକ୍‍ ସେହିପରି ମାଛରଙ୍କା ବିଲେଇଙ୍କ ପ୍ରତି ଗୁରୁତ୍ୱ ଦିଆଯାଇ ନଥାଏ। ମାତ୍ର ସିଡ଼ିଏ ପକ୍ଷରୁ ଚଳିତବର୍ଷ ପ୍ରଥମଥର ପାଇଁ ମାଛରଙ୍କା ବିଲେଇଙ୍କୁ ରାଷ୍ଟ୍ରଦୂତ ଭାବେ ଗ୍ରହଣ କରାଯାଇଛି। ମାଛ ହିଁ ଚିଲିକାର ଜୀବନରେଖା। ଯଦି୍ୱାଛ ନରହିବେ ତେବେ ମାଛରଙ୍କା ବିଲେଇ ମଧ୍ୟ ଦେଖିବାକୁ ବିରଳ ହୋଇଯିବ, ଯାହାକି ଚିଲିକାର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେପର୍ଯ୍ୟନ୍ତ ରାମସାର କୂଳରେ ବିଭିନ୍ନ ପ୍ରଜାତିର ମାଛ ଅଣ୍ଡା ଦେବାକୁ ଆସିଥାନ୍ତି ଏବଂ ସେମାନଙ୍କୁ ଖାଇବାପାଇଁ ବିଭିନ୍ନ ପକ୍ଷୀମାନେ ଆସନ୍ତା ସେହି ଦୃଷ୍ଟିରୁ ମାଛରଙ୍କାଙ୍କ ସମ୍ଭାର ଏହାର ଭବିଷ୍ୟତକୁ ସୁଦୃଢ଼ କରୁଛି। ଦ ଫିସିଂ କ୍ୟାଟ ପ୍ରୋଜେକ୍ଟ(ଟିଏଫସିପି) ପକ୍ଷରୁ ଏକ ସର୍ଭେରୁ ଜଣାଯାଇଛି ଯେ ପ୍ରାୟ ୨ଲକ୍ଷ ପରିବାର ଚିଲିକାର ମାଛ ଉପରେ ନିର୍ଭର କରନ୍ତି। ଏଥିପାଇଁ ପ୍ରତ୍ୟେକବର୍ଷ ଶୀତଋତୁରେ ସାଇବେରିଆ ଭଳି ଦୂର ଦୂରାନ୍ତରୁ ବିଦେଶାଗତ ପକ୍ଷୀଙ୍କ ସମ୍ଭାର ହୋଇଥାଏ। ଏହାକୁ ନେଇ ସିଡ଼ିଏ ପକ୍ଷରୁ ପକ୍ଷୀମାନଙ୍କ ରକ୍ଷଣାବେକ୍ଷଣ ଲାଗି ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି। ସେହିପରି ଇରାଡ଼ି ଡଲଫିନ ଓ ମାଛରଙ୍କା ବିଲେଇଙ୍କୁ ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ(ଡବ୍ଲୁଟିଆଇ) ସହାୟତାରେ ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି ବୋଲି ସେ କହିଛନ୍ତି।

Comments are closed.