ଅଭିନବ ଶିକ୍ଷାଗ୍ରହଣ କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷା ଆଦିବାସୀ ପିଲାମାନଙ୍କ ଦ୍ୱାରଦେଶରେ ପହଞ୍ଚିିପାରିଛି

ଭୁବନେଶ୍ୱର : କୋଭିଡ୧୯ ମହାମାରୀ ସମୟରେ ଆଦିବାସୀ ପିଲାମାନଙ୍କ ଦ୍ୱାରଦେଶରେ ଶିକ୍ଷାଗ୍ରହଣର ସୁଯୋଗ ପହଞ୍ଚାଇଥିବା ଅଭିନବ କାର୍ଯ୍ୟକ୍ରମ ରାଜ୍ୟର ପଛୁଆ ବର୍ଗ ପିଲାମାନଙ୍କ ଶିକ୍ଷାଗ୍ରହଣ କ୍ଷେତ୍ରରେ ସକରାତ୍ମକ ଫଳାଫଳ ଦର୍ଶାଇଛି। ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓ ୟୁନିସେଫର ମିଳିତ ଭାବେ ଏହି ଫଳାଫଳ ଗୁଡିକ ପ୍ରଦାନ କରାଯାଇଛି।

ଆବାସିକ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇଥିବା ଆଦିବାସୀ ପିଲାମାନଙ୍କ ପାଇଁ ପ୍ରସ୍ତୁତ ଏହି (ଅଲଟରନେଟିଭ୍‍ ଲରନିଙ୍ଗ୍‍ ଆଣ୍ଡ ମେଣ୍ଟରସିପ୍‍ ପୋଗ୍ରାମ-ଏ ଏଲ ଏମ ପି) ମହାମାରୀ ଆରମ୍ଭ ହେବାର କିଛିଦିନ ମଧ୍ୟରେ ଯେବେ ପିଲାମାନେ ଘରକୁ ଫେରିଆସିଥିଲେ ଠିକ୍‍ ସେତିକି ବେଳେ ଆରମ୍ଭ କାରାଯାଇଥିଲା। ଏଲ ଏମ ପି ଶିକ୍ଷକମାନଙ୍କୁ ଛାତ୍ରମାନଙ୍କର ନିକଟବର୍ତ୍ତୀ କରିବାକୁ ଯାଇ ସମସ୍ତ ନିୟମମାନ ପାଳି ନିଜ ଗ୍ରାମରେ ଶିକ୍ଷାପ୍ରଦାନ କରିବାର ରଣନୀତି ପ୍ରସ୍ତୁତ କରିଥିଲେ. ଏହି କାର୍ଯ୍ୟକ୍ରମ ମେ ୨୦୨୦ ରେ ଆରମ୍ଭ ହୋଇଥିଲା ଏବଂ ଏହା ୩୦ଟି ଜିଲ୍ଲାର ମୋଟ ୧୭୩୨ ଟି ସ୍କୁଲରେ ପଢୁଥିବା ୩୦୦, ୦୦୦ ଛାତ୍ରଛାତୀଙ୍କ ନିକଟରେ ପହଞ୍ଚିପାରିଛି।

ଶିକ୍ଷାଗ୍ରହଣରେ ଏହି କାର୍ଯ୍ୟକ୍ରମ କେତେ ସଫଳ ହୋଇଛି ଏବଂ ଏଥିରେ କେଉଁ ଅସୁବିଧାମାନର ସମ୍ମୁଖୀନ ହେବାକୁ ପଡ଼ିଛି ତାହା ଜାଣିବା ପାଇଁ ନମୁନା ଭାବେ ମୟୁରଭଞ୍ଜ, ରାୟଗଡା, ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲାରେ ଏକ ରାପିଡ ଆସେସ୍‍ମେଣ୍ଟ କରାଯାଇଥିଲା। ଏହି ରାପିଡ ଆସେସ୍‍ମେଣ୍ଟ ଦର୍ଶାଇଛି ଯେ ଏହା ପିଲାମାନଙ୍କ ପାଇଁ ଏକ ସକରାତ୍ମକ ଶିକ୍ଷା ସୁଯୋଗ ସୃଷ୍ଟି କରିବା ସହିତ ସେମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଅଧ୍ୟୟନ ସହିତ ଯୋଡି ରଖିବାରେ ସହାୟ କରିଛି। ଏହି ରାପିଡ ଆସେସ୍‍ମେଣ୍ଟ ମାଧ୍ୟମରେ ଚାରୋଟି ଜିଲ୍ଲାରୁ ସମୁଦାୟ ୧୯୦ ଜଣ ଶିକ୍ଷକ, ୨୪୭ ଜଣ ଛାତ୍ରଛାତ୍ରୀ ଏବଂ ୨୫୦ ଅଭିଭାବକଙ୍କ ଠାରୁ ବିସ୍ତୃତ ପ୍ରତିକ୍ରିୟା ସଂଗ୍ରହ କରାଯାଇଥିଲା।

ମିଳିଥିବା ପ୍ରତିକ୍ରିୟା ଅନୁଯାୟୀ, ଏଏଲଏ ପି ଅଧିକାଶଂ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବନ୍ଦ ଥାଇ ମଧ୍ୟ ନିଜ ଅଧ୍ୟୟନରେ ଏକ ରୁଟିନ୍‍ ଅଧ୍ୟୟନ ଶୈଳୀ ଯୋଗାଇବା ସଙ୍ଗେ ସଙ୍ଗେ ନୂଆ ପ୍ରକିୟାରେ ପଠପଢା ଜାରିରଖିବା ପାଇଁ ଆତ୍ମବିଶ୍ୱାସ ବଢାଇଛି। ଏହି ଅଧିବେସନ ସେମାନଙ୍କୁ ମୁଖ୍ୟତଃ ସେମାନଙ୍କର ଡାଉଟ୍‍ ଦୂରୀକରଣ କରିବା, ଶିକ୍ଷାର ନିରନ୍ତରତା ବଜାୟ ରଖିବା, ଶିକ୍ଷକମାନଙ୍କ ସହିତ ଭଲ ସର୍ମ୍ପକ ସ୍ଥାପନ କରିବା, ପାଠ୍ୟକ୍ରମ ସାମଗ୍ରୀକୁ ଭଲ ଭାବରେ ବୁଝିବା ଏବଂ ନିଜର ଆତ୍ମବିଶ୍ୱାସ ବଢାଇବାରେ ସହାୟକ ହୋଇଥିଲା। ଅଧିବେସନରେ ପୁଅମାନଙ୍କ ତୁଳନାରେ ଝିଅମାନେ ଅଧିକ ଅଂଶଗ୍ରହଣ କରିଥିଲେ ଏବଂ ଏହା ଝିଅମାନଙ୍କୁ ଘରୋଇ କାର୍ଯ୍ୟରେ କମ୍‍ ସମୟ ବିତାଇବାରେ ସାହାଯ୍ୟ କରିଥିଲା। ଏହି ରାପିଡ ଆସେସ୍‍ମେଣ୍ଟ ରୁ ଜଣାପଡ଼ିଛି, ଅଧିକାଶଂ ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ଠାରୁ ଗଣିତ ଓ ଓଡିଆ ପଢିବା ପାଇଁ ଆଗ୍ରହୀ ଥିଲେ।

ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ପଛୁଆ ବର୍ଗର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି, “ପିଲାମାନଙ୍କର ଶିକ୍ଷା ଏବଂ କଲ୍ୟାଣ ସରକାରଙ୍କର ଏକ ପ୍ରମୁଖ ପ୍ରାଥମିକତା. ମାହାମାରୀ ସ୍କୁଲର ଅନେକ କାର୍ଯ୍ୟସୂଚୀକୁ ବ୍ୟାହତ କରି ଅନେକ ବାଧା ସୃଷ୍ଟି କରିଛି। ମୁଁ ବହୁତ ଖୁସି ଯେ ଏ ଏଲ ଏମ ପି ପଦକ୍ଷେପ କେବଳ ବିଦ୍ୟାଳୟକୁ ପିଲାମାନଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇନାହିଁ ବରଂ ସକରାତ୍ମକ ଫଳାଫଳ ମଧ୍ୟ ଦେଖାଇଛି। ଆମ ପିଲାମାନେ କିପରି ଭଲ ଗୁଣାତ୍ମକ ଶିକ୍ଷା ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ଆମେ ଅଭିନବ ପ୍ରଣାଳୀ ଜାରି ରଖିବୁ।”

ଶିକ୍ଷକ ମାନଙ୍କ ମଧ୍ୟରୁ ଅଧିକାଂଶ ଏ ଏଲ ଏମ ପି ର ଉଦ୍ଦେଶ୍ୟ ଏବଂ ଏହି ପଦକ୍ଷେପରେ ସେମାନଙ୍କର ଭୂମିକା ବିଷୟରେ ସ୍ପଷ୍ଟ ଭାବେ ଜାଣିଥିବା ରାପିଡ ଆସେସ୍‍ମେଣ୍ଟ ରୁ ଜଣାପଡ଼ିଛି। ଯେଉଁ ଛାତ୍ରଛାତ୍ରୀମାନେ ଏ ଏଲ ଏମ ପି ରେ ଅଂଶ ଗ୍ରହଣ କରିଛନ୍ତି ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀ କୁ ଉତୀର୍ଣ୍ଣ କରାଯା। ପାରିବ ବୋଲି ପ୍ରାୟ ୮୧ପ୍ରତିଶତ ଶିକ୍ଷକ ଦୃଢ ଆଶା ରଖିଛନ୍ତି। ଏହି କାର୍ଯ୍ୟକ୍ରମ ସମ୍ପ୍ରଦାୟ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବାରେ ସହାୟ ହୋଇଥିବାବେଳେ ସମ୍ପ୍ରଦାୟର ସଦସ୍ୟମାନେ ଏହି ଅଧିବେସନ ଗୁଡିକୁ ପରିଚାଳନା କରିବାରେ ସେମାନଙ୍କୁ ସାହାଯ୍ୟ କରିଥିଲେ ବୋଲି ଶିକ୍ଷକମାନେ ତାଙ୍କ ମତାମତରେ ଜଣାଇଛନ୍ତି. ଇଣ୍ଟରନେଟ ଏବେଂ ସ୍ମାର୍ଟ ଫୋନ୍‍ ର ପହଞ୍ଚ, କିଛି ଗ୍ରାମର ଖୋଲାଅଞ୍ଚଳର ଉପସ୍ଥିତି ଏବଂ ଭିନ୍ନ ଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ଏକ ସଙ୍ଗେ ଶିକ୍ଷାଦାନ ଭଳି ସମସ୍ୟାମାନ ଅନ୍ୟତମ ବୋଲି ଶିକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟ ଶାସନ ସଚିବ ରଞ୍ଜନ ଚୋପ୍ରା(ଆଇଏଏସ୍‍), ଏ ଏଲ ଏମ ପି ପଦକ୍ଷେପରେ ପ୍ରଦାନ କରାଯାଇଥିବା ସାମଗ୍ରିକ ଶିକ୍ଷା ବିଷୟରେ କହିଥିଲେ, “ଏହି କାର୍ଯ୍ୟକ୍ରମ କେବଳ ପାଠ୍ୟକ୍ରମ ଭିତ୍ତିକ ଶିକ୍ଷାଦାନ ନୁହେଁ ବରଂ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ଅନଲାଇନ୍‍ ସୁରକ୍ଷା ଏବଂ ଶିଶୁ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଛି। ମହାମାରୀ ସତ୍ୱେ ପରିବାର ଏବଂ ଛାତ୍ରମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସ୍ଥାପନ କରିବାରେ ଏହି କାର୍ଯ୍ୟକ୍ରମ ସାହାଯ୍ୟ କରିଛି ଏବଂ ଆମେ ଆଶା କରୁଛୁ ଯେ ଏହା ପିଲାମାନଙ୍କୁ ବିଦ୍ୟାଳୟକୁ ଫେରିବା ପାଇଁ ଉତ୍ସାହିତ କରିବ ଏବଂ ବିଦ୍ୟାଳୟ ଗୁଡିକ ଖୋଲିବା ପରେ ସେମାନଙ୍କ ଶିକ୍ଷା ଜାରି ରହିବ।”

ଯେଉଁ ଅଭିଭାବକମାନେ ରାପିଡ ଆସେସମେଣ୍ଟ ଜରିଆରେ ମତବ୍ୟକ୍ତ କରିଥିଲେ ସେମାନଙ୍କ ମଧ୍ୟରେ ନିର୍ଦ୍ଧାରିତ ଶିକ୍ଷକ ମାନଙ୍କ ପରିଦର୍ଶନର ସମୟସୀମା ଓ ଏହାର ବାରମ୍ବାରତା ସମ୍ବଦ୍ଧରେ ଜାଣିଥଲେ କିନ୍ତୁ ୫୬% ଅଭିଭାବକ କେଉଁ ବିଷୟମାନ ପଢାଯାଉଛି ଓ ପାଠ୍ୟସାମଗ୍ରୀ ଯୋଗାଇଦିଆଯାଉଛି ସେ ବିଷୟରେ ଜାଣିନଥିଲେ। ଅନେକ ପିତାମାତା ମୌଳିକ ଭିତ୍ତିଭୂମି ଯୋଗାଇବା କିମ୍ବା ଅଧିବେସନ ଆୟୋଜନ କରିବାରେ ସାହାର୍ଯ୍ୟ କରି ଏ ଏଲ ଏମ ପି ଅଧିବେସନର କାର୍ଯ୍ୟରେ ସହେଯାଗ କରିଥିଲେ. ସମସ୍ତ ଅଭିଭାବକଙ୍କ ମତରେ ବିଦ୍ୟାଳୟ ଗୁଡିକରେ କ୍ଲାସ ଆରମ୍ଭ ହେବା ପରେ ସେମାନଙ୍କ ପିଲାମାନେ ନୂତନ ଶ୍ରଣୀରେ ଶିକ୍ଷା ଜାରି କରିପାରିବେ।

ୟୁନିସେଫ୍‍ ଓଡିଶା ଫିଲ୍ଡ ଅଫିସର ମୁଖ୍ୟ ମୋନିକା ନିଲସନ୍‍ କହିଛନ୍ତି, “ସ୍କୁଲ ବନ୍ଦ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟାଘାତ ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ ଚିନ୍ତାର ବିଷୟ। ଆମେ ଏ ଏଲ ଏମ ପି ପଦକ୍ଷେପ ପାଇଁ ଅତ୍ୟନ୍ତ ଗର୍ବିତ, ଯାହା ଓଡିଶାର ଅବହେଳିତ ସମ୍ପ୍ରଦାୟର ପିଲାମାନଙ୍କ ନିକଟରେ ପହଞ୍ଚିପାରିଛି। କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଫଳରେ ପିଲାମାନଙ୍କର ଠିକ୍‍ ଭାବରେ ପଢିବା, ଶିଖିବାରେ ବାଧା ସୃଷ୍ଟି କରୁଥିବା ଅସୁବିଧା କୁ ଚିହ୍ନଟ କରିବା ସଙ୍ଗେସଙ୍ଗେ ଆଗକୁ ବଢିବା ପାଇଁ ଜରୁରୀ ଆବଶ୍ୟକତା ବିଷୟରେ ଅବଗତ କରିଛି। ସମସ୍ତ ପିଲାଙ୍କର ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ଓଡିଶା ସରକାରଙ୍କ ସହ କାମ କରିବାକୁ ଆଗ୍ରହୀ ଅଛୁ.”

ଛାତ୍ର ଓ ସେମାନଙ୍କ ପରିବାର ଏବଂ ଶିକ୍ଷକମାନଙ୍କୁ ନିୟୋଜିତ କରିବା ପାଇଁ ମଙ୍ଗମବାର ଦିନ ଏକ ଯୋଗାଯୋଗ ରଣନୀତି ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ କେତୋଟି ପୋଷ୍ଟର ସେଟ୍‍, ଆନିମେଟେଡ ମେସେଜ, ଶିକ୍ଷକ ମାନଙ୍କ ପାଇଁ ଡିଜିଟାଲ ମେସେଜ ଏବଂ ଛାତ୍ର ଓ ଅଭିଭାବକ ମାନଙ୍କ ପାଇଁ କାର୍ଯ୍ୟକଳାପର ଏକ କ୍ୟାଲେଣ୍ଡର ରହିଛି, ଯାହା ସେମାନଙ୍କୁ ଶିକ୍ଷା ଜାରି ରଖିବାରେ ଉତ୍ସାହିତ କରିବ।

 

Comments are closed.