୨୮ଟି ଗୁଡ଼ସ ସେଡ୍‌ର ଆଉଟସୋସିଂ କରିବ ପୂର୍ବତଟ ରେଳପଥ

ଭୁବନେଶ୍ବର: ପୂର୍ବତଟ ରେଳପଥ ଏହାର ୨୮ଟି ଗୁଡ୍ ସେଡ୍‌ର ଆଉଟସୋସିଂ କରିବାକୁ ଯାଉଛି । ଏହି ୨୮ଟି ଗୁଡ୍ ସେଡ୍‌ ହେଉଛି ଭଦ୍ରକ, କଟକ, ଧାନମଣ୍ଡଳ, ଢେଙ୍କାନାଳ, ଜଗନ୍ନାଥପୁର, ଯାଜପୁର କେନ୍ଦୁଝର ରୋଡ୍, କପିଳାସ ରୋଡ଼, ଖୋର୍ଦ୍ଧାରୋଡ୍, ନିର୍ଗୁଣ୍ଡି, ବବିଲି, ଜଗଦଲପୁର, ଜୟପୁର, ରାୟଗଡା, ଶ୍ରୀକାକୁଲମ ରୋଡ଼, ବିଶାଖାପାଟଣା ନୂତନ ଗୁଡ଼ସ କମ୍ପ୍ଲେକ୍ସ, ବିଜୟନଗରମ, ବଲାଙ୍ଗୀର, ବରଗଡ ରୋଡ୍, ବେଲସୋଣ୍ଡା, ଡୁଙ୍ଗ୍ରିପାଲ୍ଲୀ, ହିରାକୁଦ୍, ଜୁନାଗଡ ରୋଡ୍, କାଣ୍ଟାବାଞ୍ଜି, କେସିଙ୍ଗା, ଖରିଆର ରୋଡ୍, କୋମାଖାନ୍, ଲପଙ୍ଗା ଏବଂ ସମ୍ବଲପୁର ସିଟି । ପରିବହନ କ୍ଷେତ୍ରରେ ରେଳବାଇର ଅଂଶ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ନୂତନ ଭାବେ ଆରମ୍ଭ ହୋଇଥିବା ଏହାର ବିଜନେସ ଡେଭେଲପମେଣ୍ଟ ୟୁନିଟ (ବିଡିୟୁ) ମାଧ୍ୟମରେ ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥାଗୁଡିକର ନିକଟତର ହେବାକୁ ଯାଉଛି, ଯାହାଦ୍ୱାରା ଅଣ-ବହୁଳ ସାମଗ୍ରୀ ଯେଉଁ ଗୁଡିକ ରାଜପଥ ଗୁଡିକରେ ପରିବହନ କରାଯାଉଛି ସେଗୁଡିକୁ ରେଳ ମାଧ୍ୟମରେ ପରିବହନ କରିବା ପାଇଁ ଏଜେନ୍ସିଗୁଡିକୁ ଆକୃଷ୍ଟ କରାଇବେ । ଏହି ୟୁନିଟଗୁଡିକ ରେଳ ଦ୍ୱାରା ଗ୍ରାହକମାନଙ୍କ ଉତ୍ପାଦ ପରିବହନ ପାଇଁ ବାଣିଜ୍ୟ ଏବଂ ଶିଳ୍ପଗୁଡିକୁ ଆକର୍ଷିତ କରିବ ଯାହା ବର୍ତ୍ତମାନ ସଡକ ଯୋଗେ ପରିବହନ କରାଯାଉଛି। ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥା ସହିତ ସମ୍ପ୍ରତି ପାରସ୍ପରିକ କଥାବାର୍ତ୍ତାରେ ପୂର୍ବତଟ ରେଳପଥ ବର୍ତ୍ତମାନ ଆଉଟସୋର୍ସିଂ ଆଧାରରେ ଏହାର ୨୮ଟି ଗୁଡ୍ ସେଡ୍ ଯୋଗାଇବାକୁ ଯୋଜନା କରିଛି ଏବଂ ଉପରୋକ୍ତ ବିଷୟ ଉପରେ ଆଗ୍ରହ ପ୍ରକାଶ କରିବାକୁ କମ୍ପାନୀଗୁଡିକ ସହିତ ଆଲୋଚନା କରୁଥିବା ଜଣାଯାଇଛି।

Comments are closed.