ଏଣିକି ଓଡ଼ିଆ ଆପ୍‌ ‘ଆମ ଲିପି’

ଭୁବନେଶ୍ବର: ଓଡ଼ିଆ ଭାଷା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏଣିକି କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଅକ୍ଷର ଲେଖିବା ସହଜ ଓ ସରଳ ହେବ। ଯୁକ୍ତାକ୍ଷର ଓ ମାତ୍ରାଫଳ ବି ଠିକ୍‌ ଆସିବ। କୌଣସି ଅକ୍ଷର ମିସ୍‌ ହେବ ନାହିଁ। ଏନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଆପ୍‌ ‘ଆମ ଲିପି’ ପ୍ରସ୍ତୁତ କରୁଛନ୍ତି। ଶ୍ରୀଲିପି ଓ ଆକୃତି ବନ୍ଦ ହେବା ପରେ ଏହି ଆପ୍‌ ପ୍ରସ୍ତୁତ ନେଇ ସରକାର ଓଡ଼ିଆ ଅଧ୍ୟୟନ ଗବେଷଣା କେନ୍ଦ୍ରକୁ ୨୦୧୬ ରେ ପ୍ରସ୍ତାବ ଦେଇଥିଲେ। ଏବେ ଆପ୍‌ ପ୍ରସ୍ତୁତ ସରିଥିବାବେଳେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟିରେ ମଧ୍ୟ ଅନୁମୋଦିତ ହୋଇଛି। ଏବେ ପରୀକ୍ଷଣ ଜାରି ରହିଥିବାବେଳେ କାର୍ଯ୍ୟକାରିତା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

ଏହି ନୂଆ ୟୁନିକୋଡ ଫଣ୍ଟ୍‌ ସଫ୍ଟୱେର ଦ୍ବାରା ସ୍ବତନ୍ତ୍ରଭାବେ ଓଡ଼ିଆ ଲେଖିହେବ। ଏହାଦ୍ବାରା ସ୍ବଳ୍ପ ସମୟରେ ନିର୍ଭୁଲଭାବେ କାର୍ଯ୍ୟ କରିହେବ। ଏନେଇ ଭାଷାବିତ ତଥା ଓଡ଼ିଆ ଅଧ୍ୟୟନ କେନ୍ଦ୍ର ସଦସ୍ୟ ସୁବ୍ରତ ପୃଷ୍ଟି କହିଛନ୍ତି ଏହି ଆପ୍‌ ବା ସଫ୍ଟୱେର ପାଇଁ ସରକାର ଓଡ଼ିଆ ଅଧ୍ୟୟନ କେନ୍ଦ୍ରକୁ କହିଥିଲେ। ଏବେ ସମ୍ପୂର୍ଣ୍ଣ ସରିଛି ସଫ୍ଟୱେର୍‌। ବିନା ମୂଲ୍ୟରେ ଏହାକୁ ପ୍ରଦାନ କରାଯାଇଛି। ଯାହାର ପରୀକ୍ଷଣ ଜାରି ରହିଛି ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ ହେବା ଆଶା କରାଯାଉଛି।

Comments are closed.