ଲୋଡା ନାହିଁ ପାସ୍ : ପରିଚୟ ପତ୍ର ଯଥେଷ୍ଟ

ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଆସନ୍ତାକାଲି(ଅପ୍ରିଲ ୨୦)ଠାରୁ ଅଫିସ ଆସିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଉପସଚିବ ପାହ୍ୟାର ସମସ୍ତ ଅଧିକାରୀ ଏବଂ ୩୦% ଅନ୍ୟ କର୍ମଚାରୀ ଅଫିସ ଆସିବେ। ଯେଉଁମାନେ ଅଫିସ ଆସିବେ ସେମାନଙ୍କ ପାଇଁ ଗାଡ଼ି ପାସ୍‌ ଦରକାର ନାହିଁ। ସେମାନେ ନିଜ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ ବୋଲି ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ କରି କହିଛନ୍ତି।

ସେହିପରି ଭୁବନେଶ୍ବରରେ ଆଇଟି ଆଣ୍ଡ୍ ଆଇଟିଇଏସ୍‌ କମ୍ପାନୀଗୁଡ଼ିକ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା ଜାରି ରଖିବେ ଏବଂ ୨୫% କର୍ମଚାରୀଙ୍କୁ ଅଫିସ ଆସିବାକୁ ଅନୁମତି ଦେବେ। ସେମାନେ କମ୍ପାନୀ ପରିଚୟପତ୍ର ଦେଖାଇ ଅଫିସ ଆସିପାରିବେ ବୋଲି ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ କରି କହିଛନ୍ତି।

 

 

 

Comments are closed.