ଉପରମୁହାଁ କରୋନା ସଂକ୍ରମଣ ; ରାଜଧାନୀରେ କଡାକଡି ହେଲା କଟକଣା

ଭୁବନେଶ୍ୱର : ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ। ସଂକ୍ରମଣ ବୃଦ୍ଧି ଯୋଗୁଁ କଟକଣା କଡାକଡି କଲା ବିଏମସି। ଭୁବନେଶ୍ୱର ମହାନଗରରେ କଟକଣା କଡାକଡି ହେଲା। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ଠେଲା ଜଳଖିଆ,ଚା’,ଲସି,ଗୁପଚୁପ୍‍ ଦୋକାନୀଙ୍କୁ ଭିଡ କରିବା ପାଇଁ ମନା କରାଯାଇଥିବା ବେଳେ ଦୋକାନ ଆଗରେ ଯେମିତି ଭିଡ ନହେବେ ସେନେଇ ବିଏମସି ତାଗିଦ୍‍ କରିବା ସହ ଦୋକାନୀ ଭିଡ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ସପିଙ୍ଗ ମଲ୍‍,ଦୋକାନରେ ଭିଡ ନକରିବାକୁ ତାଗିଦ୍‍ କରାଯାଇଛି। ସାମାଜିକ ଦୂରତ୍ୱ,ମାସ୍କ ବ୍ୟବହାର ମଲ୍‍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। କୋଭିଡ କଟକଣା ନିଶ୍ଚିତ ପାଇଁ ସବୁ ମଲ୍‍ ଜଣେ ସ୍ୱତନ୍ତ୍ର ଅଧିକାରୀ ରଖିବେ। କୋଭିଡ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନକୁ କଡା ତାଗିଦ କରାଯାଇଛି। ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ମାସ୍କ ନପିନ୍ଧିଲେ ଫାଇନ ଆଦାୟ କରାଯିବ।

Comments are closed.