ଲୁଟେରାଙ୍କ କାରନାମା ; ଟଙ୍କା ସହ ଲୁଟିଲେ ଏଟିଏମ ମେସିନ୍‍

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଛନ୍ତି ଏଟିଏମ ଲୁଟେରା। ଏଥରକ କେବଳ ଟଙ୍କା ଲୁଟ ନୁହେଁ ବରଂ ଟଙ୍କା ସହ ମେସିନ୍‍କୁ କାଟି ନେଇଛନ୍ତି ଦୁର୍ବୃତ୍ତ। ଶିଶୁପାଳଗଡ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ କାଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଏଭଳି ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଏଟିଏମରେ ପ୍ରାୟ ୨୦ ଲକ୍ଷ ଟଙ୍କା ଥିଲା। ସିସିଟିଭରେ ଏଟିଏମ ମେସିନ ଲୁଟ ହେବାର ଦୃଶ୍ୟ କଏଦ ହୋଇଛି। ୩ ଜଣ ଦୁର୍ବୃତ୍ତ ମୁଖା ପିନ୍ଧିଥିବା ବେଳେ ସିସିଟିଭକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଘଟଣା ସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚୋରି ହୋଇଥିବା ସ୍ଥାନରୁ ଅଳ୍ପ ଦୂରରୁ ଏଟିଏମ ମେସିନ୍‍କୁ ପୁଲିସ ଠାବ କରିଛି । ମେସିନ୍‍ ଜବତ ହୋଇଥିବା ବେଳେ ସେଥିରେ ଟଙ୍କା ନଥିବା ଜଣାପଡିଛି।

Comments are closed.