କାର-ହାଇୱା ଧକ୍କା ; ୧ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ପଳାଶୁଣୀ ରାସ୍ତାରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସିରିଜ୍‍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ପଳାଶୁଣୀ ବସ୍‍ ରହୁଥିବା ସ୍ଥାନରେ କାର ଉପରେ ହାଇୱା ଚଢିଯିବାରୁ ଜଣଙ୍କର ଜୀବନ ଚାଲି ଯାଇଛି। କାର ଭିତରେ ବ୍ୟକ୍ତି ଜଣଙ୍କ ଚାପି ହୋଇ ରହିଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ପରେ ଅନେକ ସମୟ ଧରି ରାସ୍ତା ଜାମ୍‍ ହେବା ସହ ଗମନାଗମନ ବ୍ୟାହତ ହୋଇଥିଲା।

Comments are closed.