ବଜ୍ରକାପ୍ତା ଉଦ୍ଧାର, ବେପାରୀ ଗିରଫ

ଭୁବନେଶ୍ବର: ଗୁଇନ୍ଦା ତଥ୍ୟକୁ ଆଧାର କରି ସ୍ବତନ୍ତ୍ର କାର୍ଯ୍ୟବଳର ଏକ ଦଳ ମଙ୍ଗଳବାର ସକାଳେ ବରଗଡ଼ ଭେଡେନ୍‌ରୋଡ୍‌ ନେଗିପାଲ୍ଲୀ ଖାନ୍‌ସୁମେନ୍ ଦେବୀ ମନ୍ଦିର ନିକଟରେ ଚଢ଼ଉ କରି ଜଣେ ଯୁବକକୁ କାବୁ କରି ପଚରାଉଚରା କରିଥିଲା। ଯୁବକଙ୍କ ନିକଟରୁ ଏକ ବଜ୍ରକାପ୍ତା ଜବତ କରାଯାଇଥିଲା। ବନ୍ୟଜନ୍ତୁ ଚୋରା ବ୍ୟବସାୟୀ ଜଗତ ଥେଲା ନାମକ ଏହି ଯୁବକର ଘର ଭେଡେନ୍ ଥାନା ଅଧୀନ ନେଗିପାଲ୍ଲୀ।
ସ୍ବତନ୍ତ୍ର କାର୍ଯ୍ୟବଳର ଦଳ ବରଗଡ଼ ବନ ଅଧିକାରୀଙ୍କ ସହଯୋଗରେ ଏହି ଚଢ଼ଉ କରିଥିଲା। ଜବତ ବଜ୍ରକାପ୍ତାକୁ ଜିଲା ବନ ଅଧିକାରୀଙ୍କ ଜିମା ଦିଆଯାଇଛି। ଗିରଫ ଜଗତ ବିରୋଧ ବନ ବିଭାଗ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି। ୨୦୨୦ରୁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟବଳ ୯ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୧୫ କିଲୋଗ୍ରା ବଜ୍ରକାପ୍ତା କାତି ଜବତ କରିଛି।

Comments are closed.