ଚିହ୍ନଟ ହେଲେ ଏକାଧିକ କରୋନା ସଂକ୍ରମିତ ; ରାଜଧାନୀରେ ଡିସିପି କାର୍ଯ୍ୟାଳୟ ସିଲ୍‍

ଭୁବନେଶ୍ୱର : ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଚିନ୍ତାର କାରଣ ପାଲଟିଛି। ରାଜଧାନୀରେ ବାଣୀବିହାର ସ୍ଥିତ ଡିସିପି କାର୍ଯ୍ୟାଳୟ ସିଲ୍‍ କଲା ବିଏମସି । ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ କାର୍ଯ୍ୟାଳୟକୁ ସିଲ୍‍ କରାଯାଇଛି। ୪ ଓ ୫ ତାରିଖ ଦୁଇ ଦିନ ପାଇଁ ଡିସିପି କାର୍ଯ୍ୟାଳୟକୁ ସିଲ୍‍ କରାଯାଇଛି। କାର୍ଯ୍ୟାଳୟକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ପଜିଟିଭ୍ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି କରାଯାଇଛି ।
ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ । ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ନୂତନ ଭାରିଆଣ୍ଟ୍ ଓମିକ୍ରନ ମାମଲା ମଧ୍ୟ ୩୭ରେ ପହଞ୍ଚିଛି ।

Comments are closed.