ଧଳା ଜହର ଖାଇବା ବାରଣକୁ ନେଇ ଅଭିଯୋଗକାରିଣୀ ମହିଳାଙ୍କୁ ଆକ୍ରମଣ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳର ଘର ନିକଟରେ ଧଳା ଜହର ଖାଇବା ବାରଣକୁ ନେଇ ୧ମାସ ଶିଶୁ ସହ ମା’କୁ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ବିଳମ୍ବିତ ରାତି ୧ଟାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଶୈଳଶ୍ରୀବିହାର ଦମକଳ କେନ୍ଦ୍ର ପଛପଟ ନିଛାଟିଆ ଗଳିରେ କିଛି ଅସାମାଜିକ ଯୁବକ ଧଳା ଜହର ଖାଉଥିବା ଦେଖି ସ୍ଥାନୀୟ ଲୋକେ ଏହାକୁ ବାରଣ ସହିତ ଏଠାରୁ ପଳେଇ ଯିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଶା ଖାଇଥିବା କାହ୍ନ। ନାଏକ, ହାପି ନାଏକ ଦୁହେଁ ଅଭିଯୋଗକାରିଣୀ ମହିଳାଙ୍କୁ ଆକ୍ରମଣ କରିଥିଲେ ।

Comments are closed.