୩ ଦିନ ଯାଏଁ ରାଜଧାନୀର ଇନ୍ଦ୍ରଧନୁ ମାର୍କେଟ ବନ୍ଦ – ବିଏମସି

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଦୈନିକ ସଂକ୍ରମଣ ୫୦୦ ଟପୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ମାର୍କେଟକୁ ସିଲ କରାଯାଉଛି। ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ଆସନ୍ତା ୩ ଦିନ ପାଇଁ ବନ୍ଦ ରଖାଯାଇଛି। ଆଜି ଠାରୁ ୨୪ ଘଣ୍ଟା ପାଇଁ ଇନ୍ଦ୍ରଧନୁ ମାର୍କେଟକୁ ବିଏମସି ସିଲ କରିଥିବା ବେଳେ ଆସନ୍ତାକାଲି ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ରହିଛି।କରୋନା ସପ୍ତାହନ୍ତ ସଟଡାଉନ ଥିବାରୁ ଲୋକେ ଜିନିଷପତ୍ର କିଣିବା ପାଇଁ ଯାଉଥିବା ବେଳେ ଅଧିକ ଭିଡ ହେଉଛି। କଟକଣା ଉଲ୍ଲଙ୍ଘନ ହେଉଥିବାରୁ ବିଏମସି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କାରଣରୁ ଆସନ୍ତା ୩ ଦିନ ଯାଏଁ ମାର୍କେଟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି।

 

Comments are closed.