ରାଜଧାନୀରେ ଟ୍ରାନ୍ସଫର୍ମର ଫାଟି ; ୪ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଗୁରୁତରମାନେ ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ସମେତ ଦୋକାନରେ କାମ କରୁଥିବା ଆଉ ୨ ଜଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୪ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। କେଉଁ କାରଣରୁ ଟ୍ରାନ୍ସଫର୍ମର ଫାଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

 

Comments are closed.