ରାଜଧାନୀରୁ ବ୍ରାଉନସୁଗାର ଜବତ ; ମହିଳା ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ ହୋଇଥିବା ବୁଧବାର ଜଣାପଡିଛି। ପଳାଶୁଣିରେ ଅବକାରୀ ବିଭାଗ ଚଢାଉ କରି ପ୍ରାୟ ୧୮୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।