ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଜିଲା ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗର ପଦୋନ୍ନତି ଅପକ୍ଷେରା ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ କରାଯାଇ ଜାନୁଆରୀ ୧ ତାରିଖ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସମସ୍ତ ସରକାରୀ କର୍ମଚାରୀ ଏବଂ ଅଧିକାରୀ ମାନଙ୍କୁ ପଦୋନ୍ନତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ଅନୁପାଳନ, ମୁଖ୍ୟସଚିବଙ୍କ ନିକଟକୁ ପ୍ରେରଣା କରିବା ପାଇଁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଓ ଜିଲାପାଳ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

ପଦୋନ୍ନତି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀ ମାନଙ୍କ କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ବ, ହଇରାଣ ହରକତ ତଥା ଅସାଧୁ ଉପାୟ ଅବଲମ୍ବନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କ୍ଷୋଭପ୍ରକାଶ କରିବା ସହିତ ଯଥା ସମୟରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଅଧିକାରୀ ମାନଙ୍କୁ ପଦୋନ୍ନତି ଦିଆଯାଉ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି।

ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ ଓ କର୍ମଚାରୀ ଯେପରି ନିଜ ପଦୋନ୍ନତି ପାଇଁ ଏଠୁ ସେଠିକ ନ ଧାଇଁବା, ସେଥିପ୍ରତି ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳା ଅଣାଯିବା ପାଇଁ ପରାମର୍ଶ ଦେବା ସହିତ ଅହେତୁକ ବିଳମ୍ବ କ୍ଷେତ୍ରରେ ସମ୍ପୃକ୍ତ ମୁଖ୍ୟ ମାନଙ୍କୁ ଦାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫ଟିର ଗୁରୁତ୍ବପୂର୍ଣ୍ଣ ଭାବରେ ଦାୟିତ୍ବ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କ ଏଚଆରଏମସ ସୁବିଧା ଥାଇ ପଦୋନ୍ନତି ଦେବା କ୍ଷେତ୍ରରେ ଆହେତୁକ ବିଳମ୍ବ ଘଟୁଥିବାରୁ ଆବଶ୍ୟକସ୍ଥଳେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ ସମୟରେ ପଦୋନ୍ନତି ଦିଆଗଲୋ ଟିମ ଓ୍ବାର୍କ ପାଇଁ କର୍ମଚାରୀ ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.