ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ପାସ୍‌ କଲେ ୧୫ହଜାର ୨୪୪ ଛାତ୍ରଛାତ୍ରୀ

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଚଳିତଥର ୨୧ ହଜାର ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ମୋଟ ୧୫ ହଜାର ୨୪୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ୍ ମିଳିନାହିଁ। ଏ -୨ରେ ୧୦ ଜଣ, ବି-୧ରେ ୧୯୫ ଜଣ, ବି-୨ରେ ୯୩୦ଜଣ, ସିରେ ୧୯୦୨ ଜଣ, ଡ଼ିରେ ୩୧୪୦, ଇରେ ୯୦୬୭, ଏଫ୍‌ରେ ୬୨୧୮ ଜଣ ପିଲା ଉତ୍ତିର୍ଣ୍ଣ ହୋଇଛନ୍ତି।

Comments are closed.