ରାଜଧାନୀରେ ବନ୍ଧୁକ ଦେଖାଇ ପୁଲିସକୁ ଲୁଟିଲେ ଲୁଟେରା

ଭୁବନେଶ୍ବର : ରାଜଧାନୀରେ ରବିବାର ପୁଲିସକୁ ଲୁଟିଲେ ଲୁଟେରା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କଠୁ ଲୁଟ୍ କରିଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତନୁଜାଙ୍କୁ  ବନ୍ଧୁକ ଦେଖାଇ ସୁନା ଚେନ୍ , କାନଫୁଲ ଆଦି ଲୁଟି ନେଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନ ଠାରେ ସକାଳ ସମୟରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ଝାଡୁ କରୁଥିବା ସମୟରେ ଏହି ଲୁଟ୍ ଘଟଣା ଘଟିଛି। ଘର ଗେଟ୍ ଆଗରେ ଆସି ଲୁଟେରା ଦୁଇ ଜଣ ଠିଆ ହେବା ସହ ଡିଏସପିଙ୍କୁ ଆପଣଙ୍କ ଫୋନ୍ ଆସିଛି କହିଥିଲେ। ନିଅନ୍ତୁ ଫୋନରେ କଥା ହୁଅନ୍ତୁ ବୋଲି କହି ଫୋନ୍ ଦେବାକୁ ଗ୍ରୀଲ୍ ଖୋଲି ଭିତରକୁ ପଳାଇ ଆସିଥିଲେ। ତାପରେ ବନ୍ଧୁକ ଦେଖାଇ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ।

Comments are closed.