ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା : ଭାରୋତ୍ତୋଳନରେ ମନୋଜଙ୍କୁ ରୌପ୍ୟ

୧୩ ଛୁଇଁଲା ଓଡ଼ିଶା ପଦକ

ଭୁବନେଶ୍ବର : ଆସାମର ଗୁଆହାଟୀରେ ଚାଲିଥିବା ୩ୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ରବିବାର ଗୋଟିଏ ରୌପ୍ୟ ପଦକ ହାସଲ କରିଛି। ୨୧ ବର୍ଷରୁ କମ୍‌ ବାଳକ ଭାରୋତ୍ତୋଳନ ୭୩ କିଗ୍ରା ବର୍ଗରେ ମନୋଜ ୨ୟ ସ୍ଥାନ ହାସଲକରି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଏଥିସହିତ ଓଡ଼ିଶାର ପଦକ ସଂଖ୍ୟା ୧୩ରେ ପହଞ୍ଚିଛି। ପୂର୍ବରୁ ସନ୍ତରଣରେ ପ୍ରତ୍ୟାଶା ରାୟ ରୌପ୍ୟ, ଭାରୋତ୍ତୋଳନରେ କୁଳଦୀପ ନାୟକ ସ୍ବର୍ଣ୍ଣ, ମୋତି ଜାନି ବ୍ରୋଞ୍ଜ, ମହିଳା ଖୋଖୋ ଦଳ ବ୍ରୋଞ୍ଜ, ସାଇକଲ ଚାଳନା ବିଭାଗରେ ସ୍ବସ୍ତି ସିଂହ ୨ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ, ଦିନେଶ କୁମାରଙ୍କ ସ୍ବର୍ଣ୍ଣ ପଦକ, ଜାଭେଲିନ୍‌ ​‌େ​ଥ୍ରା ରେ ଧନମତି ଖେସ୍‌ ବ୍ରୋଞ୍ଜ, ଜିମ୍ନାଷ୍ଟିକ୍‌ରେ ଜଗଦ୍ଦୀଶ ବାରିକ ସ୍ବର୍ଣ୍ଣ ଓ ରୌପ୍ୟ, ଭାରୋତ୍ତୋଳନରେ ମୁନା ନାୟକ ରୌପ୍ୟ ପଦକ ବିଜୟୀ ହୋଇଥିଲେ।

Comments are closed.