ସରକାରଙ୍କୁ କାଜୁ ନିଗମ ଦେଲା ୪୬ ଲକ୍ଷର ଲାଭାଂଶ

0

ଭୁବନେଶ୍ୱର :ରାଜ୍ୟ କାଜୁ ନିଗମ ଉନ୍ନୟନ ନିଗମ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ତା’ର ଲାଭାଂଶ ବାବଦକୁ ଗୁରୁବାର ରାଜ୍ୟ ସରକାରଙ୍କୁ ୪୬.୫୧ଲକ୍ଷ ଟଙ୍କା ପ୍ରଦାନ କରିଛି। ଗୁରୁବାର ସଚିବାଳୟରେ ନିଗମ ଅଧ୍ୟକ୍ଷ ମୁଜିବୁଲା ଖାଁ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୪୬ଲକ୍ଷ ୫୧ହଜାର ଦୁଇଶହ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ଏହି ସମୟରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ସଚିବ ସୌରଭ ଗର୍ଗ, ନିଗମ ପରିଚାଳନା ନିର୍ଦେଶକ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply