ଅନ୍ତର୍ଜାତୀୟ ମହିଳା ଦିବସରେ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମହିଳା କାର ରାଲି

ଭୁବନେଶ୍ବର : ଆଜି ଆନ୍ତଃରାଷ୍ଟ୍ରିୟ ମହିଳା ଦିବସ ଉପଲକ୍ଷେ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମହିଳା କାର ରାଲି ଅନୁଷ୍ଠିତ ହୋଇଯାଇଛି। ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ତୃତୀୟ ଥର ପାଇଁ ଆୟୋଜନ କରାଯାଇଥିବା ଏହି କାର ରାଲିକୁ ଟ୍ରୀନିଟି ସ୍କୋଡା ଓ ସହଯୋଗି ବିପିସିଏଲ ପ୍ରସ୍ତୁତ କରିଥିଲେ। ଏହି କାର ରାଲିରେ ୫୫ରୁ ଉର୍ଦ୍ଧ୍ବ ମହିଳା ଭାଗନେଇ ଥିଲେ। କାର ରାଲିରେ ଭାଗ ନେଇଥିବା ମହିଳାମାନେ ନିଜକୁ ବିଭିନ୍ନ ବେଶରେ ସଜାଇବା ସହ ନିଜ କାରକୁ ମଧ୍ୟ ସଜାଇଥିଲେ। କେହି କେହି ନିଜ କାରରେ କୃଷୀକୁ ନେଇ ବାର୍ତ୍ତା ଦେଉଥିବା ବେଳେ, କେହି କେହି କରୋନା ଭାଇରସକୁ ନେଇ ସଚେତନ କରୁଥିଲେ। ଆଉ କେତେଜଣ ନିଜ କାର ମାଧ୍ୟମରେ ମଧ୍ୟ ବେଟି ବଚାଓ ବେଟି ପଢାଓର ବାର୍ତ୍ତା ଦେଉଥିଲେ।  ଯାହା ଦର୍ଶାଉଥିଲା ମହିଳାମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ଅଟନ୍ତି।

ଏହି କାର ରାଲିରେ କନ୍ଧମାଳର ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ପୁର୍ବତନ ସାଂସତ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଟ୍ରାଫିକ୍ ଡିସିପି ସାଗରିକା ନାଥ, ଖେଳାଳି ଅନୁରାଧା ବିଶ୍ବାଳ, ନାଲକୋ ମହିଳା ସଭାପତି ସସ୍ମିତା ପାତ୍ର ଏବଂ ହାଉସିଂ ବୋର୍ଡ ଅଧକ୍ଷ ପ୍ରିୟଦର୍ଶୀ ମିଶ୍ର, କଟକ-ଭୁବନେଶ୍ବର ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଯୋଗ ଦେଇଥିଲେ। କମିଶନରେଟ ପୁଲିସର ସହଯୋଗ ଏବଂ ସେବା ପ୍ରୟାସ ଫାଉଣ୍ଡେସନ ଓ ଜୟ ଓଡ଼ିଶା ସ୍ବେଚ୍ଛାସେବୀଙ୍କ ପରିଚାଳନାରେ ଏହି କାର ରାଲି ସଫଳ ହୋଇଥିଲା ବୋଲି ସେବା ପ୍ରୟାସ ଫାଉଣ୍ଡେସନ ପ୍ରତିଷ୍ଠାତା ଲିଙ୍କନ ସୁବୁଦ୍ଧି ଜଣାଇଛନ୍ତି। ସେ କହିଛନ୍ତି ଯେ ନାରୀ କୃତିତ୍ବର ସାଫଲ୍ୟକୁ ପାଳନ କରିବା ଓ ନିଜ ସାହସକୁ ଚିହ୍ନିବାର ଆବଶ୍ୟକତା ରହିଛି।

Comments are closed.