ଦାଦାବଟି ଜୁଲମ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ। ଦାଦାବଟି ଜୁଲମ ଅଭିଯୋଗରେ ଶନିବାର ପୁଲିସ ଗିରଫ କରିଛି।  କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ରାଜା ଆଚାର୍ଯ୍ୟକୁ ଉଠାଇ ନେଇଛି। ଗିରଫ ପରେ ରାଜାକୁ କ୍ୟାପିଟାଲ ଥାନାରେ ଜେରା ଚାଲିଥିବା ଜଣାପଡ଼ିଛି। ଏ ନଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଘର ତିଆରି ନେଇ ଗ୍ୟାଙ୍ଗଷ୍ଟାର ରାଜା ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲେ । ପ୍ରତିମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲେ । ଦାଦବଟି ଆଦାୟ କରୁଥିବା କାହାରିକୁ ଛଡାଯିବନି ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

Comments are closed.