ମଇ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷେଧ

ଭୁବନେଶ୍ବର : ମତ୍ସ୍ୟସମ୍ପଦର ସଂରକ୍ଷଣ ତଥା ସାମୁଦ୍ରିକ ନିରାପତ୍ତା ପାଇଁ ଓଡିଶା ସରକାର ମଇ ୩୧ ତାରିଖ ପର୍ଯ୍ୟନ୍ତ ପୂର୍ବଉପକୂଳରେ ମାଛଧରା ନିଷିଦ୍ଧ କରିଛନ୍ତି। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୪ ଯାଏ ୬୧ଦିନିଆ ନିଷେଧାଦେଶ ରହିଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀଜନିତ ଲକଡାଉନ ଯୋଗୁ ମାର୍ଚ ୨୪ରୁ ମତ୍ସ୍ୟଜୀବୀମାନେ ମାଛଧରିବାକୁ ସମୁଦ୍ରକୁ ଯାଇନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଚଳିତ ବର୍ଷ ୬୧ ଦିନ ପରିବର୍ତ୍ତେ ୪୭ ଦିନ ନିଷେଧାଦେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.