ହେଲମେଟ ନ ପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ

ଭୁବନେଶ୍ବର: ଏଣିକି ହେଲମେଟ ନ ପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ହେଲମେଟ୍‌ ପିନ୍ଧୁନଥିବା ଅମାନିଆଙ୍କ ଲାଇସେନ୍ସ ବାତିଲ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବହନ ସଚିବ ଚିଠି ଲେଖିଛନ୍ତି। ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ  ଡିଜିପି ଏବଂ ପରିବହନ କମିସନରଙ୍କୁ ଲେଖିଥିବା ଏକ ଚିଠିରେ ହେଲମେଟ ଆଇନର ଉଲ୍ଲଂଘନ କରୁଥିବା ଚିହ୍ନଟ ହେଲେ ଚାଳକଙ୍କ ଡ୍ରା‌ଇଭିଂ ଲାଇସେନ୍ସ ବାତିଲ୍ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ୨୦୧୯ରେ ହେଲମେଟ ଆଇନର ଉଲ୍ଲଂଘନ ପାଇଁ କେତେଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି ଓ ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଏ ନେଇ ଜିଲ୍ଲାସ୍ତରୀୟ ରିପୋର୍ଟ ଦାଖଲ କରିବାକୁ ଦୁଇ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟଙ୍କ କମିଟିର ଅବଗତି ନିମନ୍ତେ ଏହି ରିପୋର୍ଟ ସାତ ଦିନ ମଧ୍ୟରେ ଦାଖଲ କରିବାକୁ ଡିଜିପି ଓ ପରିବହନ କମିସନରଙ୍କୁ କୁହାଯାଇଛି।

 

 

Comments are closed.