ମମିତା ମେହେର ଘଟଣା ; ରାଜଧାନୀ ରାଜରାସ୍ତାରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର : ଆଜି ରାଜଧାନୀର ରାଜରାସ୍ତା ରଣକ୍ଷେତ୍ର ପାଲଟିଥିବା ଦେଖାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଧାନସଭାକୁ ଧସେଇ ପଶିବା ଉଦ୍ୟମ ବେଳେ ପୁଲିସ ପକ୍ଷରୁ ଲାଠିମାଡ କରାଯାଇଥିବା କଂଗ୍ରେସ କର୍ମୀ କହିଥିବା ବେଳେ କେତେକ ଆହତ ହୋଇଛନ୍ତି ବୋଲି କହିଛନ୍ତି।
ସେହିପରି ଅପରପକ୍ଷରେ ପୁଲିସ ଡିସିପି କହିଛନ୍ତି, ପୁଲିସ ଗାଡି ଜାଳିବାକୁ ଉଦ୍ୟମ ହୋଇଛି। ଏହାସହ ପୁଲିସ ଉପରକୁ ଅଣ୍ଡା ,ଟମାଟୋ ଓ ପଥର ମାଡ ହୋଇଥିବା କୁହାଯାଉଛି। ଏହାସହ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦିଆଯାଇଥିଲା।

Comments are closed.