ରାଜଧାନୀରେ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ହତ୍ୟା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ସାମନ୍ତରାପୁରରେ ରବିବାର ଅଭାବନୀୟ ଘଟଣା ଘଟିଛି। ଜଣେ ମିଠା ଦୋକନୀ ଅନ୍ୟ ଜଣେ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ଘଟିବା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ବର –ପୁରୀ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତଲୋକେ ରାସ୍ତାରୋକରୁ ହଟିଛନ୍ତି। ହତ୍ୟାର କାରଣ ସ୍ପଷ୍ଟ ଜଣାପଡ଼ି ନ ଥିବା ବେଳେ , ପ୍ରାଥମିକ ତଦନ୍ତରୁ ବ୍ୟବସାୟୀକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Comments are closed.