କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲା; ୨ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ଡିସିପି ପ୍ରତୀକ୍ ସିଂ

ଭୁବନେଶ୍ବର: କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି । ଉଭୟ ଅଭିଯୁକ୍ତ ଏବଂ ପୀଡିତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଛି। ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି। ପୀଡ଼ିତାଙ୍କର ୧୬୧ ଓ ୧୬୪ରେ ବୟାନ ରେକର୍ଡ ହୋଇଛି। ପୀଡ଼ିତାଙ୍କର ଡାକ୍ତରୀ ମାଇନା ଶେଷ ଶେଷ ହୋଇଛି। ତଦନ୍ତ କରାଯାଇ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ। ଅଭିଯୁକ୍ତ ବ୍ୟବହାର କରୁଥିବା ମୋବାଇଲର ଫୋରେନସିକ୍‌ ଯାଞ୍ଚ କରାଯାଇଛି । ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ।

 

Comments are closed.