ଭୁବନେଶ୍ଵରରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ, ୨ଟି ଶିକ୍ଷାନୁଷ୍ଠାନରୁ ୧୦ କୋଭିଡ୍‌ ପଜିଟିଭ୍‌

ଭୁବନେଶ୍ଵର: ଆଜି ଭୁବନେଶ୍ଵରରେ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୬ ଓ ଲୋକାଲ୍‌ କଣ୍ଟାକ୍ଟ କେସ ୨୬ ଚିହ୍ନଟ ହୋଇଛନ୍ତି। ଗଜପତି ନଗର ପାଖ ଇନ୍‌ଷ୍ଟିଚ୍ୟୁଟ୍‌ରେ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପଟିଆ ପାଖ ଏକ ଘରୋଇ ବିଦ୍ୟାଳୟରୁ ୩ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଝାରପଡ଼ାରୁ ୫, ପାହାଳ ୩ ଚନ୍ଦ୍ରଶେଖରପୁର ୨, ପଲାଶୁଣି ୨ ସମେତ ଭୀମଟାଙ୍ଗି, ବମିଖାଲ, ଝାରପଡ଼ା, ଗଜପତିନଗର, ଗାଡ଼କଣ, ନୟାପଲ୍ଲୀ, ପଟିଆ, ଝାରପଡ଼ା, ବାଣୀବିହାର ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.