ଭୁବନେଶ୍ବରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ; ୭ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ବରର ଜଣେ ରହିଛନ୍ତି। ଭୁବନେଶ୍ବରରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ଚନ୍ଦ୍ରଶେଖରପୁର ନୀଳାନ୍ଦ୍ରି ବିହାର ଅଞ୍ଚଳର ଜଣାପଡିଛି । ସେହିପରି ଭୁବନେଶ୍ବରରେ ଆଜି ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

 

ଏଥିସହ ଭୁବନେଶ୍ବରର ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩ ଜଣ ସୁସ୍ଥ , ୮୮ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ୩ ଜଣ ମୃତ୍ୟୁ ବରଣ କରିଛନ୍ତି ।

Comments are closed.