ଭୁବନେଶ୍ବରରେ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରେ ଶନିବାର ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୯ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮ କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.