ଭୁବନେଶ୍ବରର କରୋନା ଅପଡେଟ: ନୂଆ କରୋନା ଆକ୍ରାନ୍ତ ୩୨୯, ସୁସ୍ଥ ହେଲେ ୩୯୫

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ଆଉ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୩୨୯ ପଜିଟିଭଙ୍କ ମଧ୍ୟରୁ ୭୩ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ ୨୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଜି ଭୁବନେଶ୍ବରରେ ୩୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୨୧୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୭୮୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୧ ଜଣଙ୍କର କରୋନା କାରଣରୁ ପ୍ରାଣହାନୀ ହୋଇଛି। ସେହିପରି ଭୁବନେଶ୍ବରରୁ ବର୍ତ୍ତମାନ ୩୫୨୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.