ଭୁବନେଶ୍ବରରେ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରେ ଶନିବାର ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୭ ଜଣ ଓ ୮ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଏଥିସହ ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪କୁ ବୃଦ୍ଧି ହୋଇଛି ।

 

୮ ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ  ବରମୁଣ୍ଡାର ଶକ୍ତି ଗେଷ୍ଟ ହାଉସ ନିକଟରୁ ଜଣେ, କେଦାରଗୌରୀ ନିକଟରୁ ଜଣେ, ସାଲିଆ ସାହିର ଶନି ମନ୍ଦିର ନିକଟରୁ ଜଣେ, ଖଣ୍ଡଗିରିରୁ ଜଣେ, ଡୁମୁଡୁମାର ସୁବାସ ନଗର ବସ୍ତିରୁ ଜଣେ, ଓଲଡ଼ ଟାଉନର ଜମ୍ବେଶ୍ୱର ପାଟଣାରୁ ଜଣେ, ୟୁନିଟ-୪ର ଏମଏଲଏ କଲୋନୀରୁ ଜଣେ ଏବଂ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରୁ ଜଣେ ଆକ୍ରାନ୍ତ ରହିଛନ୍ତି ।

Comments are closed.