ଭୁବନେଶ୍ବରରୁ ଆଉ ୧୮୭ ପଜିଟିଭ୍ ଚିହ୍ନଟ, ୪୩୫୮ରେ ପହଞ୍ଚିଲା ରାଜଧାନୀର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ ୧୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୮୭ ସଂକ୍ରମିତଙ୍କ ମଧ୍ୟରୁ ୧୦୪ ଜଣ କ୍ବାରେଣ୍ଟାଇନରୁ ଏବଂ ୮୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ୧୮୭ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୩୫୮ରେ ପହଞ୍ଚିଛି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରୁ ୪୩୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରର ୧୪୧୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Comments are closed.