ଭୁବନେଶ୍ବର ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା
ଆଜି ପୁଣି ୨୭୭ ପଜିଟିଭ୍ ଚିହ୍ନଟ, ୧୩୩ ସୁସ୍ଥ

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ହଟ୍ସ୍ପଟ୍ ପାଲଟିଥିବା ଭୁବନେଶ୍ବରରେ ଏବେ ପ୍ରତିଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରୁ ଆଜି ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮୧ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ସଂଖ୍ୟା ୯୬ ରହିଛି। ତେବେ ଜଣେ ବିଶାଖାପାଟଣା ଫେରନ୍ତା କରୋନା ଆକ୍ରାନ୍ତ ଶିକାର ହୋଇଛନ୍ତି। ସେହିପରି କ୍ବାରେଣ୍ଟାଇନ୍ ସେଣ୍ଟର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୮୦ଜଣ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷରେ ଆଜି ୧୩୩ଜଣ ସୁସ୍ଥ ହୋଇଛନ୍ତି ବୋଲି ବିଏମ୍ସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୯ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୨୫୧ ଜଣ ସୁସ୍ଥ ହୋଇଥିବାବେଳେ ୧୮୩୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବାବେଳେ ୨୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ବିଏମ୍ସି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ଯେ ଜଣେ ଆୟୁଷ ଡାକ୍ତର କରୋନା, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରୁ ଜଣେ, କେନ୍ଦ୍ରୀୟ ସରକାରୀ ମେଡ଼ିକାଲ୍ ଷ୍ଟାଫ୍, ସରକାରୀ ହସ୍ପିଟାଲ୍ ଷ୍ଟାଫ୍, ଘରୋଇ ମେଡ଼ିକାଲ୍ କର୍ମଚାରୀ ୯ ହୋଇଛନ୍ତି। ସେହିପରି ବରଗଡ଼ ବ୍ରିଟ୍ କଲୋନିରୁ ୫, ବରମୁଣ୍ଡା ୮, ଭରତପୁର ୨, ଭୀମଟାଙ୍ଗି ୨, ଚନ୍ଦ୍ରଶେଖରପୁର ୭, ୟୁନିଟ୍ ୫, ରଘୁନାଥପୁର ୨, ରସୁଲଗଡ଼ ୬, ରିଜର୍ଭ ପୁଲିସ କଲୋନୀ, ୨, ସାଲିଆସାହି ୬, ଟଙ୍କପାଣି ରୋଡ୍ ୪, ସିଆର୍ପିଏଫ୍ କ୍ୟାମ୍ପସ ୨, ଚିନ୍ତାମଣିଶ୍ବର, ନୟାପଲ୍ଲୀ ୫, ଆଇଆର୍ସି ଭିଲେଜ୍ ୧୨, ଜାଗମରା ୨, ଜୟଦେବ ବିହାର ୫, ୟୁନିଟ୍ ୧-୨, ୟୁନିଟ୍୩-୪, ପାହାଳ ୨, ଏକ ସରକାରୀ କାର୍ଯ୍ୟାଳୟରୁ ୬,ପଟିଆ ୩, ଝାରପଡ଼ା ୨, ନୟାପଲ୍ଲୀ ୪, ଓଲ୍ଡ ଷ୍ଟେସନ୍ ବଜାର ୨, ପଥରବନ୍ଧ ବସ୍ତି ୨, ଜଳେଶ୍ବରବସ୍ତି ୪ ପୋଖରୀପୁଟ ୨, ୟୁନିଟ୍ ୬, ଲକ୍ଷ୍ମୀବିହାର,ମୈତ୍ରୀ ବିହାର, ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନୀ, ସହିଦନଗର, କିଟ୍, ଶିଶୁ ବିହାର, ପାତ୍ରପଡ଼ା, ପ୍ରଶାନ୍ତିବିହାର, ନୀଳାଦ୍ରି ବହାର, କଳିଙ୍ଗବିହାର, ଜିଜିପି କଲୋନୀ, ରେଣ୍ଟାଲ୍ କଲୋନୀ. ପୁରୁଣା ଭୁବନେଶ୍ବର, କଳ୍ପନାଛକ ୩ ଫରେଷ୍ଟ ପାର୍କ ଏରିଆ, ଗାଡ଼କଣ, ଗଙ୍ଗନଗର, ଚକେଇ ସିଆଣି, ଗଣ୍ଡମୁଣ୍ଡା, ହଂସପାଳ ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍ସି ସୂଚନା ଦେଇଛି।
ସେହିପରି ମୋଟ ୯୬ ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ତାରିଣୀ ବସ୍ତିରୁ ୬ ଜଣ, ଶୈଳଶ୍ରୀ ବିହାର, ଫୟାର ଷ୍ଟେସନ ବସ୍ତି, ଆଇଜି ପାର୍କ, ନୟାପଲ୍ଲୀ ନୂଆସାହିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ମୋଟ ୧୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରୁ ୟୁନିଟ-୬ରୁ ୧୨ ଜଣ ଅଛନ୍ତି। ସେହିଭଳି ଡୁମଡୁମା ଫେଜ-୧ରୁ ୭ ଜଣ, ଆଇଗଣିିଆ, ନୟାପଲ୍ଲୀ ନୂଆସାହିରୁ ୬-୬ ଜଣ, ଶିରପୁର ଭୋଇସାହି, ବାପୁଜି ନଗର, ନୟାପଲ୍ଲୀ, ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।