ଆଜି ଭୁବନେଶ୍ବରରେ ୫୯୦ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୩୯

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ଆଜି ଭୁବନେଶ୍ବରରେ ୫୯୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୩୦ ଏବଂ ଲୋକାଲ୍‌ କଣ୍ଟାକ୍ଟରୁ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୧୩୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ଆଜି ପର୍ଯ୍ୟନ୍ତ ମୋଟ ୩୭ ହଜାର ୭୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ଏବେ ୪୦୩୬ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତ ହୋଇ ୨୫୦ଜଣଙ୍କ ଜୀବନ ଯାଇଛି ବୋଲି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.