ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ସଭାପତି ମାନସ ରଞ୍ଜନ ଚୌଧୁରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ଉପସଭାପତି ତଥା ଅଫିସ୍ ଇନଚାର୍ଜ ସୁବତ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ କଂଗ୍ରେସ ଭବନ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବ୍ଲକ ସଭାପତି ଅଶୋକ ଦାସ ସଭା ପରିଚାଳନା କରିଥିଲେ। ଏହି ସଭାରେ ଜିଲ୍ଲା ମହିଳା କଂଗ୍ରେସ, ଓବିସି ସେଲ, ଏସ୍‌ସି /ଏସ୍‌ଟି ସେଲ, ସଂଖ୍ୟାଲଘୁ କମିଟି, ସେବାଦଳ, ବ୍ଲକ ସଭାପତି, ୱାର୍ଡ ସଭାପତି ଏବଂ ଜିଲ୍ଲା କାର୍ଯ୍ୟକର୍ତାମାନେ ଚୌଧୁରୀ ଭୁବନେଶ୍ୱର ଜିଲ୍ଲା ସଭାପତି ଥିବା ସମୟରେ କରିଥିବା ବିଭିନ୍ନ ଆନ୍ଦୋଳନ, ଧାରଣା ଓ ଅଭିନବ ଉପାୟରେ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ମୃତିଚାରଣ କରିଥିଲେ। ଶ୍ରୀ ଚୌଧୁରୀଙ୍କ ଭାଷଣ ବେଳେ ସଭାକକ୍ଷ ଭିତରେ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ସଦ୍ୟ କଟକ ଜିଲ୍ଲା ସଭାପତି ଘୋଷିତ ହୋଇଥିଲେ ମଧ୍ୟ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସମସ୍ତ କର୍ମକର୍ତ୍ତାଙ୍କ ସହ ଆନ୍ତରିକଭାବେ ସବୁବେଳେ ଯୋଡ଼ିହୋଇ ରହିଥିବେ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଶ୍ୱଜିତ୍ ଦାସ, ରଶ୍ମି ମହାପାତ୍ର, ମୋହନ ଜେନା, ଗୀତାଞ୍ଜଳି ମହାନ୍ତି, ଶେଖ୍ ଆଫତାବ ଅଲ୍ଲୀ, ପ୍ରଦୀପ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ଆଶିଷ୍ ମଲ୍ଲିକ, ପ୍ରମେଶ ସାହୁ, ମିହିର୍ ଆଚାର୍ଯ୍ୟ, ପ୍ରଶନ୍ନ ନାୟକ, ଅକ୍ଷୟ ଦାସ, ଶ୍ର୍ରେୟା ମହାନ୍ତି, କ୍ଷୀରୋଦ ବେହେରା, ଶ୍ରୀୟା ପଣ୍ଡା, ସିପ୍ରା ସେନାପତି, କୁସୁମ ପ୍ରଧାନ, ରମାକାନ୍ତ ସାହୁ, ଦେବରାଜ ମିଶ୍ର, ସୌମେନ୍ଦ୍ର ମହାନ୍ତି, ଦୀପକ ମହାପାତ୍ର, ମନୋଜ ସାହୁ, ମଂଟୁ ମଲ୍ଲିକ, ସଂଜୟ ନାୟକ, ରାଜୀବ ଜେନା, ମାନସ ସେଠୀ, ସୁବ୍ରଜ୍ୟୋତି ଲେଙ୍କା, ଅନିଲ୍ ଦାସ, ଆଦିତ୍ୟ ଦାସ, ନାରଣ ଜେନା, ଦୁର୍ଗା ମାହଲ, ଆଦିତ୍ୟ ସାହୁ, ନରୋତମ ବେହେରା, ସୁରେନ୍ଦ୍ର ବାହାଦୁର ସିଂ, ସେକ୍ ତାକୱିମ୍ ଓ ଶ୍ରୀନାଥ ପଟ୍ଟନାୟକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Comments are closed.