ମିଳିତ ମଞ୍ଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସଂସଦରେ ଆଣିଥିବା ଶ୍ରମକୋର୍ଡକୁ ବାତିଲ, କୃଷକ ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ତା ୨୬.୧୧.୨୦୨୦ ରିଖ ଦିନ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଧର୍ମଘଟ ଡାକରା ଦେଇଛନ୍ତି । ଏହି ଧର୍ମଘଟ ଡାକରାକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ମିଳିତ ମଂଚର ନେତୃବୃନ୍ଦ ରାମଚନ୍ଦ୍ର ଖୁଣ୍ଟିା ଆ, ରାମକୃଷ୍ଣ ପଣ୍ଡା, ବିରେନ୍ଦ୍ର ଦାସ, ମହେନ୍ଦ୍ର ପରିଡା ଓ କିଶୋର ଜେନା ପ୍ରମୁଖ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବା ପରେ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଧର୍ମଘଟ ଡାକରାକୁ କଂଗ୍ରେସ ଦଳ ସଂପୂର୍ଣ୍ଣ ସମର୍ଥନ କରିବ ବୋଲି ଘୋଷଣା କରିବା ସହିତ ଏହାକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ରାଜ୍ୟର ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି ।

Comments are closed.