ଭୁବନେଶ୍ୱର ଓକିଲ ସଂଘର ନିଷ୍ପତ୍ତି : ସହମତି ଭିତ୍ତିରେ କୋର୍ଟ କାର୍ଯ୍ୟ ଚାଲିବ

0

ଭୁବନେଶ୍ୱର : ଭୁବନେଶ୍ୱର ଓକିଲ ସଂଘର ସୋମବାର ଏକ ଜରୁରୀ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାପତି ଦୁର୍ଗାମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓକିଲ-ପୁଲିସ ବିବାଦର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା, ସଂଘ ନିଜର ସ୍ୱତନ୍ତ୍ରତା ବଜାୟ ରଖିବ ଏବଂ ଓକିଲଙ୍କ ଏକତା ରକ୍ଷା କରି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବ। କିନ୍ତୁ ଜନସାଧାରଣଙ୍କୁ ହଇରାଣ ନ କରିବା ପାଇଁ ଆନ୍ଦୋଳନର ପଦ୍ଧତିରେ ବଦଳାଇ ପୂର୍ବପରି ଆସନ୍ତାକାଲି ଅର୍ଥାତ୍‍ ମଙ୍ଗଳବାରଠାରୁ ସହମତିଭିତ୍ତିରେ କୋର୍ଟ କାର୍ଯ୍ୟରେ ସଂଘର ସଦସ୍ୟମାନେ ଯୋଗଦେବେ।
ଯେଉଁମାନେ ଚାହିଁବେ କୋର୍ଟ କାର୍ଯ୍ୟ କରିପାରିବେ। ଏହି ସାଧାରଣ ସଭାରେ ସଭାପତି ଶ୍ରୀ ମିଶ୍ରଙ୍କ ସହିତ ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ, ଉପସଭାପତ ଅଶୋକ ବେହେରା, ଯୁଗ୍ମ ସମ୍ପାଦକ ଅତୁଲ୍ୟ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଦେବୀ ମିଶ୍ର, ସହସମ୍ପାଦକ ଭାଗ୍ୟବତୀ ରାଉତରାୟ ଓ ଅନ୍ୟ କାର୍ଯ୍ୟକାରୀ ସଦସ୍ୟ ଆଶୁତୋଷ ଷଡଙ୍ଗୀ, ସଦାଶିବ ଦାଶ, ଦୀପ୍ତି ପ୍ରସାଦ ନନ୍ଦ ଓ ସଂଘର ଅନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ବୋଲି ସମ୍ପାଦକ ଶ୍ରୀ ସାମନ୍ତରାୟ ବିବୃତିରେ ଜଣାଇଛନ୍ତି।

Leave A Reply