ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ, ସିଟ୍ ଆଗରେ ଲାଗିବ କାଚ

ଭୁବନେଶ୍ବର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଏ ନେଇ ମଙ୍ଗଳବାର ବଚସ୍ପତି ସୂର୍ଯ୍ୟ ନାରୟଣ ପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁଯାଯୀ, କେବଳ ପ୍ରଶ୍ନ କାଳକୁ ଛାଡ଼ି ନିୟମାନୁସାରେ ଅନ୍ୟ ସବୁ ବ୍ୟବସ୍ଥା ରହିବ। ଯେପରିକି ଶୂନ୍ୟକାଳ, ମୁଲତବି ପ୍ରସ୍ତାବ, ମୋସନ, କଲିଂ ଆଟେନସନ ରହିବ। ବସିବା ପାଇଁ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ବିଧାୟକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ। ସଂସଦ ଭଳି ବିଧାୟକଙ୍କ ସିଟ ସାମ୍ନାରେ ସିଲଡ୍ କାଚ ଲଗାଯାଇଛି। ଯେଉଁ ବରିଷ୍ଠ ବିଧାୟକମାନେ ଆସିବେ ନାହିଁ ଆଗୁଆ ସୂଚନା ଦେବେ। ନିଜ ଘର, ଜିଲା ମୁଖ୍ୟାଳୟ କିମ୍ବା ଓକାକରେ ଭିସିରେ ବସିପାରିବେ। ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି ।

ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି  ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଏଥିରେ ୮ଟି କାର୍ଯ୍ୟ ଦିବସ ରହିବ।

 

 

Comments are closed.