ରାଜଧାନୀରୁ ୪ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ରବିବାର ୪ ଡକାୟତକୁ ଗିରଫ କରିଛି କମିଶନରେଟ ପୁଲିସ। ସ୍ପେଶାଲ୍ ସ୍କ୍ୱାଡ୍ ଓ ଚନ୍ଦ୍ରଶେଖରପୁର ପୁଲିସ ମିଳିତ ଭାବେ ଚଢ଼ାଉ କରି ଏହି ଡକାୟତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି ।

ଖବର ଅନୁଯାୟୀ, ଏହି ଡକାୟତମାନେ ସାଧାରଣତଃ ରାଜଧାନୀରେ ମର୍ଣ୍ଣିଂୱାକ୍ କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ ବୋଲି ଜଣାପଡ଼ିଛି।

 

 

 

Comments are closed.