ଭୁବନେଶ୍ବର ବିମାନ ବନ୍ଦରରେ ଭୁଷୁଡିଲା ଛାତ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଛାତ ଭୁଷୁଡ଼ିଥିବା ଜଣାପଡିଛି। ଭୁଷୁଡ଼ିଥିବା ଛାତ ତଳେ କିଛି ଲୋକ ଚାପି ହୋଇ ରହିଥିବା ଜଣାପଡିଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨  ମଧ୍ୟରେ ସଂଯୋଗ ପାଇଁ ନିର୍ମାଣ କରାଯାଉଥିବା କୋଠାର ଛାତ ଭୁଷୁଡିପଡିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ବିମାନ ବନ୍ଦରର ଟର୍ମିନାଲ-୧ ଓ ଟର୍ମିନାଲ-୨ରେ ଏହି ନିର୍ମାଣକାର୍ୟ୍ୟ ଗତ ୩ ମାସ ହେବ ଆରମ୍ଭ ହୋଇଛି । ୬୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ କରାଯାଉଥିଲା। ଏହି ନିର୍ମାଣ କାର୍ୟ୍ୟ ଚାଲୁଥିବା ବେଳେ ହିଁ ଏଭଳି ଅଘଟଣ ହୋଇଛି।ରାତି ସମୟରେ ହିଁ କାର୍ଯ୍ୟ କରାଯାଉଥିଲା। ପ୍ରାୟ ୧୫ ରୁ ୨୦ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ହଠାତ ଛାତଟି ଭୁଷୁଡ଼ି ପଡିଥିଲା।

Comments are closed.