ଏମ୍ସ ପରିସରରେ ଉନ୍ମୋଚନ ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ପରିସରରେ ଉନ୍ମୋଚନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ବୁଧବାର ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏମ୍ସରେ ଚିକିତ୍ସା ବ୍ୟବସ୍ଥା ପ୍ରସାରିତ କରିବା ପାଇଁ ନୂତନ ଓଟି,ଆଇସିୟୁ କମ୍ପଲେକ୍ସ,କ୍ୟାଥଲ୍ୟାବ୍ ଉଦଘାଟନ କରାଯିବ। ଏମ୍ସ ପରିସରରେ ଆସନ୍ତାକାଲି ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦେବେ।

Comments are closed.