ଖାଦ୍ୟ ପାନୀୟ ଓ ଉପଯୁକ୍ତ ସେବା ଯୋଗାଇଦେବ ଏମ୍‌ସ ଓଡିଆ ନର୍ସିଂ ଅଫିସର ସଂଘ

ଭୁବନେଶ୍ବର: ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ(ଏମସ), ଭୁବନେଶ୍ବରର ଓଡିଆ ନର୍ସିଂ ଅଫିସର ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶର୍ମିଷ୍ଠା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏମ୍‌ସକୁ ଚିକିତ୍ସା ପାଇଁ ଆସୁଥିବା ଓଡିଆ ରୋଗୀମାନଙ୍କୁ ଏଠାରେ ସଂଘ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ପାନୀୟ ଓ ଉପଯୁକ୍ତ ସେବା ଯୋଗାଇଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଓଡିଆ ରୋଗୀମାନେ ଯେପରି କୈଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବାକୁ ବୈଠକରେ ନିଷ୍ପତି ଗ୍ରହଣ ନିଆଯାଇଥିଲା। ସେହିପରି ସଂଘ ପକ୍ଷରୁ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟ କରାଯିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣୀ ସାହୁ, ଭବାନୀଶଙ୍କର ତ୍ରିପାଠୀ, ଅଶୋକ କୁମାର ରାଉତ, ଜ୍ୟୋତି ରଞ୍ଜନ ରାଉତ, ଦୀପିକା ସାମଲ ପ୍ରମୁଖ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.