ଛୁଟି ନେଇ ଅଧ୍ୟାପକ ରାଲି, ଧାରଣା ଓ ହରତାଳରେ ଭାଗ ନେଲେ ଅଧ୍ୟକ୍ଷ ଦାୟୀ

ଭୁବନେଶ୍ବର :  ଏଣିକି ସବୁ ସରାକାରୀ ଓ ଅନୁଦାନପାତ୍ର( ୪୮୮, ୬୬୨) କଲେଜ ଅଧ୍ୟାପକମାନେ ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହିଲେ ‘ନୋ ଓ୍ବର୍କ ନୋ ପେ’ ଲାଗୁ ହେବ ଏବଂ ଛିଟି ନେଇ ରାଲି, ଧାରଣା କିମ୍ବା ହରତାଳରେ ଭାଗ ନେଲେ ଅଧ୍ୟକ୍ଷ ଦାୟୀ ରହିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ସମସ୍ତ କଲେଜକୁ ଚିଠି କରିଛନ୍ତି।

ଯଦି ଅଧ୍ୟାପକ ବା କୌଣସି ଷ୍ଟାଫ ଛୁଟି ନେବାକୁ ଚାହିଁଲେ ଉଚ୍ଚ ଅଧିକାରୀଙ୍କ ଅନୁମତି ନେଇ ରହିପାରିବେ। ଛୁଟି ନେଇ କେହି ରାଲି, ଧାରଣା ଓ ହରତାଳରେ ଭାଗ ନେଇ ପାରିବେ ନାହିଁ। ଯଦି ଭାଗ ନିଅନ୍ତି ସରାକର ଅଧ୍ୟାପକ ହୋଇଥିଲେ ଆଗୁଆ ଅବସର ଓ  ଅନୁଦାନପ୍ରାପ୍ତ ଅଧ୍ୟାପାକ ହୋଇଥିଲେ ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର କରାଯିବ। ଅନ୍ଦୋଳନରେ ସାମିଲ ପାଇଁ ଅଧ୍ୟକ୍ଷ ଛୁଟି ଦେଇଥିଲେ ଅଧ୍ୟକ୍ଷ ଦାୟୀ ରହିବେ ।

Comments are closed.